Author: Ayesha Debnath

Subramanian Swamy: ଶନିଙ୍କ ବକ୍ରଦୃଷ୍ଟି ତଳିତଳାନ୍ତ କରିଦିଏ । ଶନିଙ୍କ କୋପରୁ ରକ୍ଷା ପାଇବା ପାଇଁ ରାଶି ତେଳଠାରୁ ଅନେକ କିଛି ପ୍ରତିକାର କରନ୍ତି ଲୋକ । ଶନିଙ୍କ ଦୃଷ୍ଟିରୁ ବଂଚିବା ଯେମିତି କଷ୍ଟକର ସେମିତି ହେଉଛି ସୁବ୍ରମଣ୍ୟମ ସ୍ୱାମୀଙ୍କ ଦୃଷ୍ଟି । ଭାରତରେ ଅନେକ ନେତାଙ୍କ ପାଇଁ ସାକ୍ଷାତ ଶନି ହେଉଛନ୍ତି ସୁବ୍ରମଣ୍ୟମ ସ୍ୱାମୀ । କାରଣ ଯାହା ଉପରେ ଥରେ ସୁବ୍ରମଣ୍ୟମ ରାଗିଲେ ତା’ର ଜାତକ ବାହାର କରି ବର୍ଷ ବର୍ଷ ଧରି ଘାଣ୍ଟନ୍ତି ସ୍ୱାମୀ । ତା’ପରେ ସଂପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ କଚେରି ଦୌଡ଼ିଦୌଡି ନାଚାର ହେବାକୁ ପଡ଼େ । ଯେମିତି ଦେଶର ପ୍ରଥମ ରାଜନୈତିକ ପରିବାର ଗାନ୍ଧି ଫ୍ୟାମିଲି ହାଲ୍ । ଗାନ୍ଧି ପରିବାର ଯଦି ଆଜି ଅଦଲାତର ଚକ୍କର କାଟୁଛନ୍ତି ତେବେ ତାହା କେବଳ ସୁବ୍ରମଣ୍ୟମଙ୍କ ସୌଜନ୍ୟନରୁ । ୧୯୯୯ରେ ସୋନିଆ,ସ୍ୱାମୀଙ୍କୁ ଧୋକା ଦେଇଥିଲେ। ଆଉ ସେବେଠାରୁ ସ୍ୱାମୀ କଡାଗଣ୍ଡା ସୁଧ ଆଦାୟ କରୁଛନ୍ତି…

Read More