Author: Ayesha Debnath

ପାଣିପାଗ ବିଭାଗ ୨୪ ଘଣ୍ଟା ପରେ ଖସିବ ପାରଦ। ଅର୍ଥାତ ଖୁବ ଶୀଘ୍ର ପଡ଼ିବ ଥଣ୍ଡା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ପାଇଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ନାହିଁ। ତା ପରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି। ରାଜ୍ୟ ଉପରେ ବର୍ତ୍ତମାନ କୌଣସି ସିଷ୍ଟମ୍ ନାହିଁ ତେଣୁ ବର୍ଷାର ପ୍ରଭାବ ମଧ୍ୟ ନାହିଁ। ଅନ୍ୟପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ତାମିଲନାଡୁ ଉପକୂଳରେ ଏକ ଲଘୁଚାପ ସକ୍ରିୟ ରହିଥିବା ବେଳେ ଏହାର ଓଡ଼ିଶା ଉପରେ କିଛି ପ୍ରଭାବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ରାଜ୍ୟର ତିନି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ତଳେ ରହିଛି । ରାଉରକେଲାରେ ପାରଦ ୧୩.୯ ଡିଗ୍ରୀକୁ ଖସିଥିଲା । ଅନୁଗୁଳ ଓ ଝାରସୁଗୁଡ଼ାରେ ୧୪.୬ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀ ଭୁବନେଶ୍ୱରରେ…

Read More