Author: Ayesha Debnath

ଗଦର ଫେମ ଅଭିନେତା ଉତ୍କର୍ଶ ଶର୍ମା ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ନେଇଛନ୍ତି। ଖୁବ୍‍ଶୀଘ୍ର ସେ ଫିଲ୍ମ ‘ବନବାସ୍’ରେ ନଜର ଆସିବେ। ନିଜର ଆଗାମୀ ଚଳଚ୍ଚିତ୍ର ବନବାସର ସଫଳତା ପାଇଁ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ଏଥି ସହ ତାଙ୍କ ଆଗାମୀ ଚଳଚିତ୍ରର ପ୍ରମୋସନ ମଧ୍ୟ ଆରମ୍ଭ କରିଛନ୍ତି। ଯାହାକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ହାତଯୋଡ଼ି ନମସ୍କାର କରୁଥିବାର ଦେଖାଯାଇଛି । ପୁରୀ ଗସ୍ତ ପରେ ଅଭିନେତା ଭୁବନେଶ୍ୱରର KIIT ଏବଂ KIIS ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଓ ଦର୍ଶକଙ୍କ ସହ ଦେଖା କରିଥିଲେ। ଯାହା ତାଙ୍କ ଆଗାମୀ ଫିଲ୍ମ ‘ବନବାସ୍’ ପାଇଁ ପ୍ରମୋସନାଲ କାର୍ଯ୍ୟକଳାପର ଆରମ୍ଭ ଅଟେ। ‘ବନବାସ୍’ ଫିଲ୍ମରେ ଭେଟେରାନ୍ ଅଭିନେତା ନାନା ପାଟେକରଙ୍କ ସହ ଉତ୍କର୍ଶ ଶର୍ମା ଅଭିନୟ କରିଛନ୍ତି। ଅକ୍ଟୋବର ୨୯ରେ ଥ୍ରୀଲରର ଟିଜର ଉନ୍ମୋଚିତ ହୋଇଥିଲା ଏବଂ ପରିବାର, ସମ୍ମାନ ଏବଂ ବଳିଦାନକୁ…

Read More