Author: Ayesha Debnath

Mars: ହଜାର ହଜାର ବର୍ଷ ଧରି ମଙ୍ଗଳ ଗ୍ରହ ମାନବକୁ ଚକିତ ଓ ଆକର୍ଷିତ କରି ଆସିଛି । ଗ୍ରୀକ ଓ ରୋମାନଙ୍କ ପାଇଁ ମଙ୍ଗଳ ଥିଲା ଯୁଦ୍ଧର ଦେବତା । ମଙ୍ଗଳକୁ ନେଇ ଲେଖାଯାଇଛି ଅନେକ କାହାଣୀ । ତିଆରି ହୋଇଛି ଅନେକ ଫିଲ୍ମ। ହଲିଉଡ ଫିଲ୍ମରେ ମଙ୍ଗଳ ହେଉଛି ପରଗ୍ରହୀ ବା ଆଲିଏନ୍ସଙ୍କ ଆଡ଼୍ଡା । ଏବେ ସେହି ମଙ୍ଗଳକୁ ନେଇ ଆସିଛି ନୂଆ ଦାବି । ଜଣେ ବୈଜ୍ଞାନିକଙ୍କ ଅନୁସାରେ ଦିନେ ମଙ୍ଗଳରେ ଜୀବନ ଥିଲା। ଥିଲା ଗୋଟିଏ ସଭ୍ୟତା । କିନ୍ତୁ ଆଲିୟନ୍ସ ବା ପରଗ୍ରହୀ ଏହି ଜୀବନ୍ତ ଗ୍ରହ ଉପରେ ପରମାଣୁ ଆକ୍ରମଣ କରି ଏହାକୁ ମୃତ ଗ୍ରହରେ ପରିଣତ କରିଥିଲେ । କିନ୍ତୁ ତାଙ୍କ ଦାବି ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି। ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ଭୌତିକ ବୈଜ୍ଞାନିକ ଡକ୍ଟର ଜନ ବ୍ରାଣ୍ଡେନବର୍ଗ ଏକ ବିବାଦୀୟ ସିଦ୍ଧାନ୍ତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି…

Read More