Author: Ayesha Debnath

Kitchen Hacks: ସାଧାରଣତଃ କ୍ଷୀର ଖଟା ହୋଇଗଲେ ଏହାକୁ ଆମେ ଅଦରକାରୀ ଭାବି ଫୋପାଡ଼ି ଦେଇଥାଉ। ତେବେ ଏହାକୁ ନ ଫିଙ୍ଗି ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତୁ। ତେବେ ଆସନ୍ତୁ ଜାଣିବା ଖଟା କ୍ଷୀରକୁ କେମିତି ବ୍ୟବହାର କରିପାରିବେ… ସମସ୍ତେ ଜାଣନ୍ତି କ୍ଷୀରରେ ଅନେକ ଭିଟାମିନ୍ ସହିତ କ୍ୟାଲସିୟମ୍‌ ମଧ୍ୟ ଥାଏ। କଞ୍ଚା ହେଉ ଅବା ଫୁଟା କ୍ଷୀର ଯଦି ନଷ୍ଟ ହୋଇଯାଇଛି, ତା’ହେଲେ ଏଥିରେ ପାଣି ମିଶାଇ ଆପଣ ବଗିଚାରେ କୁଣ୍ଡରେ ରଖିଥିବା ଗଛ ମୂଳରେ ଢାଳି ଦିଅନ୍ତୁ। ଏହା ଗଛର ବୃଦ୍ଧିରେ ସହାୟକ ହେବ। କ୍ଷୀର ଯଦି ଖୁବ୍ ଅଳ୍ପ ଖଟା ହୋଇଛି, ତା’ହେଲେ ଏହାକୁ ଆପଣ କଡ଼େଇରେ ଫୁଟାଇ ଛେନା ତିଆରି କରିପାରିବେ। ଯଦି ମିଠା ଛେନା ଖାଇବାକୁ ପସନ୍ଦ କରନ୍ତି, ତା’ହେଲେ ଏଥିରେ ଅଳ୍ପ ଚିନି ବି ପକାଇ ପାରିବେ। କିଛି କେକ୍‌ରେ ଖଟା କ୍ଷୀର ପକାଯାଏ। ତେଣୁ କ୍ଷୀର ଖଟା ହୋଇଯାଇଥିଲେ ଏହାକୁ…

Read More