Author: Ayesha Debnath

Pomegranate: କ’ଣ ଆପଣ ଡାଳିମ୍ବର ଚୋପାର ଫାଇଦା ବିଷୟରେ ଜାଣନ୍ତି ? ଯଦି ଜାଣିବେ , ତେବେ କେବେ ବି ତାର ଚୋପାକୁୁ ଫିଙ୍ଗିବେ ନାହିଁ । ଏବେ ଆସନ୍ତୁ ଜାଣିବା ଡାଳିମ୍ବର ଚୋପା ଆମର କି ଉପକାର କରିଥାଏ । ଡାଳିମ୍ବ ଚୋପାରେ ଫଳ ଠାରୁ ମଧ୍ୟ ଅଧିକ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟସ ରହିଛି । ଏହି ହୃଦ୍‌ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇପାରେ ବୋଲି କୁହାଯାଏ । ଡାଳିମ୍ବ ଚୋପାରେ ଯେତିକି ଭିଟାମିନ୍‌ ଅଛି ସମାନ ପରିମାଣରେ ଭିଟାମିନ୍‌ ଏହାର ଦାନାରେ ରହିଛି । ଏଣୁ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ସେଥିରେ ଚା’ ତିଆରି କରି ପିଅନ୍ତୁ । ଏଥିରୁ ଲାଭ ମିଳିବ । ଡାଳିମ୍ବ ଚୋପା ଆପଣଙ୍କ ଚର୍ମରେ କୋଲାଜେନ୍ ନଷ୍ଟକୁ ରୋକିଥାଏ ଏବଂ କୋଷର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ଏହା ବାର୍ଦ୍ଧକ୍ୟ ଏବଂ କୁଞ୍ଚିତ ରେଖାକୁ କମାଇଥାଏ ।…

Read More