Author: Ayesha Debnath

Asha Bhosale: ଭେଟେରାନ ଗାୟକ ଆଶା ଭୋସଲେ ୯୧ ବର୍ଷ ବୟସରେ ମଧ୍ୟ ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କେବଳ କରଣ ଅଜଲାଙ୍କ ହିଟ୍ ଗୀତ ‘ତୌବା ତୌବା’କୁ ଏକ ଉତ୍କୃଷ୍ଟ ଶୈଳୀରେ ଗାଇଥିବାର ଦେଖାଯାଇ ନଥିଲେ ବରଂ ଏହା ସହିତ ଚମତ୍କାର ନୃତ୍ୟ ପରିବେଷଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ​​। ତାଙ୍କର ଲାଇଭ୍ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଫ୍ୟାନ୍ସ ଆଶାଙ୍କ ଏହି ଡ୍ୟାନ୍ସ ଦେଖି ଖୁସିରେ ଝୁମିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଏହି ଗୀତର ରାଇଟର କରଣ ଔଜଲା ନିଜ ପ୍ରତିକ୍ରିୟା ରଖିଛନ୍ତି । କରଣ ଆଶାଙ୍କ କନସର୍ଟର ଫଟୋ ସେୟାର କରି ଲେଖିଛନ୍ତି, ଏହି ଗୀତ ମୁଁ ୨୭ ବର୍ଷରେ ଲେଖିଛି । କିନ୍ତୁ ସେ ଏହାକୁ ୯୧ବର୍ଷରେ ମୋ…

Read More