Author: NAZMEEN PARWEEN

ଓଡ଼ିଶା ବିଧାନସଭାର ଚାଲୁ ଅଧିବେଶନ ଚାଷୀ ପ୍ରସଙ୍ଗକୁ କେନ୍ଦ୍ର କରି ଅଭୂତପୂର୍ବ ରାଜନୀତିକ ତାପମାତ୍ରାକୁ ଛୁଇଁଛି। ଚାରି ଦିନ ଧରି ଗୃହ ଯଥାର୍ଥ ଭାବେ ଚାଲିପାରୁନି। ବିରୋଧୀ ଦଳ ଚାଷୀମାନଙ୍କ ମଣ୍ଡି ସମସ୍ୟା, ଟୋକନ ଅନିୟମିତତା, କଟ୍‌ନି–ଛଟ୍‌ନି ଅଭିଯୋଗ ଓ ଅନ୍ୟାନ୍ୟ ଅସନ୍ତୋଷକୁ ଆଗରେ ରଖି ଗୃହକାର୍ଯ୍ୟ ବାଧାଗ୍ରସ୍ତ କରିଛନ୍ତି। ଶାସକ ଦଳ ଏହାକୁ ଯୋଜନାବଦ୍ଧ ରାଜନୀତିକ ଚାଲ ବୋଲି ଅଭିଯୋଗ କରୁଛି। ରାଜନୈତିକ ମହଲରେ ଏବେ ପ୍ରଶ୍ନ—ଏହା କେବଳ ଚାଷୀଙ୍କ ପକ୍ଷରେ ଲଢ଼ାଯାଉଥିବା ଆନ୍ଦୋଳନ, ନାକି ଆଗାମୀ ରାଜ୍ୟସଭା ନିର୍ବାଚନକୁ ନଜରରେ ରଖି ଗଢ଼ାଯାଇଥିବା ଗୁପ୍ତ ରଣନୀତି? ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ପ୍ରଥମ ଦିନରୁ ଚାଷୀ ପ୍ରସଙ୍ଗ ଗୃହର ମୁଖ୍ୟ ଆଜେଣ୍ଡାକୁ ଆବରଣ କରିଦେଇଥିଲା। ବିରୋଧୀ ସଦସ୍ୟମାନେ ମଣ୍ଡି ବ୍ୟବସ୍ଥାରେ ଅନିୟମିତତା, ଟୋକନ ବଣ୍ଟନରେ ଅସମନ୍ୱୟ ଓ କଟ୍‌ନି–ଛଟ୍‌ନି ଅଭିଯୋଗ ଉଠାଇଥିଲେ। ଶାସକ ଦଳ ପକ୍ଷରୁ ଏହାକୁ ପ୍ରକ୍ରିୟାଗତ ଭାବେ ଆଲୋଚନା…

Read More