Author: NAZMEEN PARWEEN

ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ବିଜେପିର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ସେ ୨୦୦୦ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ କରିଥିବାବେଳେ ୨୦୦୩ରେ ଜୟପୁର ଆଇନ ମହାବିଦ୍ୟାଳୟରୁ ଏଲଏଲବି ପାଶ୍‍ ମଧ୍ୟ କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ହେଉଛି ସେ ଓଡ଼ିଆ ବୁଝିପାରୁ ନାହାନ୍ତି। ବିଧାନସଭାରେ ତାଙ୍କୁ ଗୋଟିଏ ବିଷୟରେ ଓଡ଼ିଆରେ ପ୍ରଶ୍ନ କଲେ ସେ ଆଉ ଗୋଟିଏ ବିଷୟରେ ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ଯଦି ସେ ଓଡ଼ିଆ ବୁଝିପାରୁ ଥାଆନ୍ତେ ତେବେ ଅଫିସରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଉତ୍ତର ସେ ବିଧାନସଭାରେ ରଖୁନଥାନ୍ତେ। ଘଟଣାଟି ହେଉଛି ଏପରି। ସାମାଜିକ ନ୍ୟାୟ ଆନ୍ଦୋଳନର ଜଣେ ଆଗଧାଡ଼ିର ପ୍ରବକ୍ତା ହେଉଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ ୧୯୯୦ ମସିହାରୁ ଅଦ୍ୟାବଧି ୮ଥର ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଛନ୍ତି। ଶୁକ୍ରବାର ଦିନ ବିଧାନସଭାରେ ଆଗତ ହୋଇଥିବା…

Read More