Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ‘ଶବ୍ଦ’ ଅପେକ୍ଷା ‘ନୀରବତା’ ଏବଂ ‘ସଙ୍କେତ’ର ମୂଲ୍ୟ ଅଧିକ । ବିଶେଷକରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁଖନିସୃତ ପ୍ରତିଟି ଶବ୍ଦ ପଛରେ ଏକ ଗଭୀର ରଣନୀତି ଲୁଚି ରହିଥାଏ । ନିକଟରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ନବୀନଙ୍କ ସେହି ଗୋଟିଏ ଧାଡ଼ି— “ଆପ୍ କେ ଲିଏ ଏକ ଆଚ୍ଛା ଲିଡର ଜରୁର ଦେଙ୍ଗେ”— ଏବେ କେବଳ ପାଟକୁରା ନୁହେଁ, ବରଂ ସାରାରାଜ୍ୟର ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି । ଏହି ‘ଆଚ୍ଛା ଲିଡର’ କିଏ? ସେ କ’ଣ କୌଣସି ପୁରୁଖା ନେତା, ନା ଶଙ୍ଖ ଭବନର ପରଦା ପଛରେ ଚାଲିଥିବା ଏକ ନୂଆ ‘ଉତ୍ତରାଧିକାରୀ’ ଗେମପ୍ଲାନର ମୁଖ୍ୟ ନାୟିକା? ‘ମିଡ୍-ଡେ ଅପରେସନ’ର କାଳ୍ପନିକ କାହାଣୀ ଓ ବାସ୍ତବତା ଅରବିନ୍ଦ ମହାପାତ୍ରଙ୍କୁ ବହିଷ୍କାର କରିବା ପାଇଁ ଯେଉଁ ‘ମିଡ୍-ଡେ ଅପରେସନ’ ବା ବିଜେଡିକୁ ଭାଙ୍ଗିବାର ଷଡ଼ଯନ୍ତ୍ର ଅଭିଯୋଗ ଅଣାଯାଇଛି, ତାହାକୁ…

Read More