Author: NAZMEEN PARWEEN

‘ସଭିଏଁ ପଢ଼ିବେ–ସଭିଏଁ ବଢ଼ିବେ’—ଏହି ସ୍ଲୋଗାନ କେବଳ ଗୋଟିଏ ସରକାରୀ ସ୍ଲୋଗାନ୍ ନୁହେଁ; ଏହା ଭାରତୀୟ ଗଣତନ୍ତ୍ରର ଶିକ୍ଷା ଦର୍ଶନର ସାରକଥା। ସମ୍ବିଧାନରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା, ଶିକ୍ଷା ଅଧିକାର ଆଇନ୍, ଅଙ୍ଗନବାଡ଼ିରୁ ଆରମ୍ଭ କରି ମେଟ୍ରିକ ପର୍ଯ୍ୟନ୍ତ ମାଗଣା ଭୋଜନ, ପୋଷାକ, ପାଠ୍ୟପୁସ୍ତକ-ସବୁ ଯୋଜନା ଏହି ଲକ୍ଷ୍ୟକୁ ନେଇ। ତଥାପି ପ୍ରଶ୍ନ ହେଉଛି-ଏତେ ଯୋଜନା, ଏତେ ଅର୍ଥବ୍ୟୟ ସତ୍ତ୍ୱେ ଓଡ଼ିଶାରେ ମେଟ୍ରିକ ପୂର୍ବରୁ ପିଲାମାନେ କାହିଁକି ପାଠ ଛାଡ଼ୁଛନ୍ତି? ଆଉ ସେହି ପିଲାମାନଙ୍କ ସଂଖ୍ୟା କାହିଁକି ଏତେ ଚିନ୍ତାଜନକ? ପରିସଂଖ୍ୟାନ ଯାହା ଆମକୁ ଆଇନା ଦେଖାଏ ସରକାରୀ ତଥ୍ୟ ନିଜେ ନିଜେ ଗୋଟିଏ କଠୋର ଆଇନା। ୨୦୨୧–୨୨ ଶିକ୍ଷାବର୍ଷରେ ନବମ ଓ ଦଶମ ଶ୍ରେଣୀରେ ୧୬ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପାଠ ଛାଡ଼ିଥିଲେ। ୨୦୨୨–୨୩ରେ ଏହି ହାର ୧୮ ପ୍ରତିଶତକୁ ଛୁଇଁଲା। ୨୦୨୩–୨୪ରେ ଏହା କମି ୧୨.୮ ପ୍ରତିଶତ…

Read More