Author: NAZMEEN PARWEEN

ଓଡ଼ିଶାର ରାଜନୀତିରେ ଚାଷୀ କେବେ ମଧ୍ୟ ଦୟାର ପାତ୍ର ନୁହେଁ- ସେ ହେଉଛି ଶାସନର ମୂଳ ଆଧାର। ଏହି ରାଜ୍ୟରେ ଯେଉଁ ଦଳ ଚାଷୀଙ୍କୁ ଭରସା ଦେଇଛି, ସେ ଶାସନ କରିଛି; ଯେଉଁ ଦଳ ଚାଷୀଙ୍କୁ ଠକିଛି, ସେ ଇତିହାସରେ ଶିକ୍ଷା ନେଇଛି। ଏହା କୌଣସି ରାଜନୈତିକ ଧାରଣା ନୁହେଁ- ଏହା ଓଡ଼ିଶାର ଭୋଟ ଗଣିତ। ଗତ ସାଧାରଣ ନିର୍ବାଚନରେ ଧାନର ସହାୟକମୂଲ୍ୟ ସହ ବୋନସ ମିଶାଇ ୩୧୦୦ ଟଙ୍କା ଦେବା ଆଶ୍ୱାସନ ହେଉଥିଲା ବିଜେପିର ମୁଖ୍ୟ ନିର୍ବାଚନୀ ପ୍ରଚାର। ଏହି ଆଶାରେ ଚାଷୀମାନେ ବହୁସଂଖ୍ୟାରେ ସମର୍ଥନ ଦେଇ ବିଜେପିକୁ ଶାସନ କ୍ଷମତାକୁ ଆଣିଥିଲେ। ସେତେବେଳେ ଚାଷୀ ଭାବିଥିଲେ- “ଏଥର ଧାନ ବିକିବାକୁ ସରକାର ଆମକୁ ରାସ୍ତାରେ ବସାଇବ ନାହିଁ।” କିନ୍ତୁ ଆଜି ସେଇ ଚାଷୀ ଧାନ ଧରି ବିକିବା ଆଶାରେ ମଣ୍ଡିରେ ଶୀତ କାକରରେ ବସିଛି- ଭୋଟ ଦେଇଥିବା ହାତ ଖାଲି, ଧାନ ଥିବା ମଣ୍ଡି ଧାନ ବସ୍ତାରେ ପରିପୂର୍ଣ୍ଣ।…

Read More