Author: NAZMEEN PARWEEN

ଭାରତୀୟ ଗଣତନ୍ତ୍ରରେ ବଜେଟ୍ କେବଳ ଆୟ-ବ୍ୟୟର ହିସାବ କାଗଜ ନୁହେଁ। ଏହା ରାଜନୈତିକ ଇଚ୍ଛାଶକ୍ତି, ଅର୍ଥନୈତିକ ଦାର୍ଶନିକତା ଓ ଜିଓ ପଲିଟିକ୍ସ ଚିନ୍ତାଧାରାର ଏକ ସଂଯୁକ୍ତ ଘୋଷଣାପତ୍ର। ଏହି ପ୍ରସଙ୍ଗରେ ନିର୍ମଳା ସୀତାରମଣଙ୍କ ନଅଟି ବଜେଟ୍‌ ମଧ୍ୟରୁ ସାମ୍ପ୍ରତିକ ବଜେଟ୍ ଏକ ଭିନ୍ନ ଚରିତ୍ର ଦେଖାଏ। ଏହା ସବୁଠାରୁ କମ୍ “ନିର୍ବାଚନମୁଖୀ” ବଜେଟ୍, କିନ୍ତୁ ସେଇ ସମୟରେ ସବୁଠାରୁ ଅଧିକ ଜିଓ ପଲିଟିକ୍ସ ଚାପରେ ତିଆରି ହୋଇଥିବା ଅର୍ଥନୈତିକ ଦଲିଲ। ପ୍ରଥମ ଦୃଷ୍ଟିରେ ଏହି ବଜେଟ୍ ଶାନ୍ତ, ସଂଯମୀ ଏବଂ ଅତ୍ୟଧିକ ସାବଧାନ। କିନ୍ତୁ ଭିତରେ ଭିତରେ ଏହା ଏକ ଗଭୀର ରାଜନୈତିକ ଆତ୍ମବିଶ୍ୱାସ ଜିଓ ପଲିଟିକ୍ସ ଚିନ୍ତାର ଦ୍ୱନ୍ଦ୍ୱକୁ ପ୍ରକାଶ କରେ। ଏହି ବିରୋଧାଭାସକୁ ବୁଝିବା ପାଇଁ ବଜେଟ୍‌କୁ କେବଳ ଅର୍ଥନୀତିର ଚକ୍ଷୁରେ ନୁହେଁ, ବରଂ ରାଜନୀତି, ଆଦର୍ଶ ଓ ଦାର୍ଶନିକତାର ଆଲୋକରେ ଦେଖିବା ଦରକାର। ଭାରତର ବଜେଟ୍ ଇତିହାସରେ ମଧ୍ୟବିତ୍ତ ବର୍ଗ ସବୁବେଳେ ସବୁଠାରୁ ବଡ଼ ଲକ୍ଷ୍ୟ ରହିଆସିଛି।…

Read More