Author: NAZMEEN PARWEEN

ଓଡ଼ିଶାର ରାଜନୀତି ଏବେ ଆଉଥରେ ଦିଲ୍ଲୀମୁହାଁ ହୋଇଛି। ଚାରିଟି ରାଜ୍ୟସଭା ଆସନ ଖାଲି ହେବା ସହ ନିର୍ବାଚନ ସୂଚୀ ଘୋଷିତ ହେବାରୁ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଦଳୀୟ ଚର୍ଚ୍ଚା, ଅନୁମାନ ଓ ଅଙ୍କଗଣିତ ତେଜ ହୋଇଉଠିଛି। ୨୬ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଓ ଆବଶ୍ୟକ ହେଲେ ମାର୍ଚ୍ଚ ୧୬ରେ ଭୋଟ ଗ୍ରହଣ। ସଂଖ୍ୟା ଦୃଷ୍ଟିରୁ ଦୁଇଟି ଆସନରେ ବିଜେପି ଓ ଗୋଟିଏ ଆସନରେ ବିଜେଡି ନିର୍ଦ୍ୱନ୍ଦ୍ୱରେ ଜିତିବା ସ୍ଥିତିରେ। ଅନ୍ୟ ଗୋଟିଏ—ସେହି “ଚତୁର୍ଥ” ଆସନ—ହେଉଛି ସମୀକରଣର ମୁଖ୍ୟ କେନ୍ଦ୍ରବିନ୍ଦୁ। ଏହି ଚତୁର୍ଥ ଆସନରେ କାହାର ବିଜୟ ହେବ ତାହା ଅଙ୍କରୁ ଅଧିକ ନିର୍ଭର କରିବ ରାଜନୈତିକ ଇଚ୍ଛାଶକ୍ତି ଉପରେ। ବିଜେଡି ଯଦି ବିଜେପିକୁ ସମର୍ଥନ ଦିଏ, ବିଜେପି ପ୍ରାର୍ଥୀ ଜିତିବେ; ଯଦି ବିଜେଡି ଓ କଂଗ୍ରେସ ମିଶି ଯାଆନ୍ତି, ମିଳିତ ପ୍ରାର୍ଥୀ ଜିତିପାରିବେ। ରାଜନୈତିକ ପାଣିପାଗ ଯାହା ଦେଖାଯାଉଛି, ବିଜେଡି–କଂଗ୍ରେସ ଏକତା ଦୂର ମରିଚିକମା ଭଳି ଲାଗୁଛି।…

Read More