Author: NAZMEEN PARWEEN

ଓଡ଼ିଶାର ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ମହିଳା କେନ୍ଦ୍ରିକ ଯୋଜନାଗୁଡ଼ିକୁ ଭାରି ଆବଣ୍ଟନ ମିଳିଛି। ସରକାର ଏହାକୁ ମହିଳା ସଶକ୍ତିକରଣର ଐତିହାସିକ ପଦକ୍ଷେପ ବୋଲି ପ୍ରଚାର କରୁଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି—ମାଗଣା ଅର୍ଥ ସହାୟତା ମହିଳାମାନଙ୍କୁ ପ୍ରକୃତ ଅର୍ଥରେ ସୁରକ୍ଷିତ କରିପାରିବ; ନା ଏହା କେବଳ ଏକ ରାଜନୈତିକ ପ୍ରଚାର କୌଶଳ? ବଜେଟରେ ମହିଳା ପ୍ରାଥମ୍ୟ: ରାଜନୀତି କି ସାମାଜିକ ପରିବର୍ତ୍ତନ? ଏହି ବର୍ଷର ବଜେଟ୍‌ରେ “ସୁଭଦ୍ରା ଯୋଜନା” ପାଇଁ ପ୍ରାୟ ₹୧୦,୦୦୦ କୋଟି ଆବଣ୍ଟନ କରାଯାଇଛି। ଏହା ଅଧୀନରେ ଏକ କୋଟିରୁ ଅଧିକ ମହିଳାଙ୍କୁ ଦୁଇ କିସ୍ତିରେ ₹୧୦୦୦୦ କରି ଦିଆଯାଉଛି। ଏହାସହିତ “ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା” ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରରେ ଜନ୍ମିଥିବା ଝିଅମାନଙ୍କ ପାଇଁ ₹୨୦,୦୦୦ ସଞ୍ଚୟ ଏବଂ ସ୍ନାତକ ପରେ ₹୧,୦୧,୦୦୦ ଦେବା ଘୋଷଣା ହୋଇଛି। ସରକାରଙ୍କ ଦାବି ଅନୁସାରେ ଏହି ଯୋଜନାଗୁଡ଼ିକ ମହିଳାଙ୍କ ଆର୍ଥିକ ସ୍ୱାଧୀନତାକୁ ମଜବୁତ କରିବ। କିନ୍ତୁ ଆର୍ଥିକ…

Read More