Author: NAZMEEN PARWEEN

ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବା ସହିତ ଯାହା ଦୃଶ୍ୟ ପ୍ରକାଶ ପାଇଛି, ସେଥିରେ ଲୋକତନ୍ତ୍ରର ସାର୍ଥକତା ନେଇ ଗଭୀର ପ୍ରଶ୍ନ ଉଠିଛି। ୧୭ ତାରିଖରୁ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟପାଳଙ୍କ ଅଭିଭାଷଣ, ଶୋକ ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଓ ୨୦୨୬–୨୭ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ବ୍ୟତୀତ ଗୃହରେ ପ୍ରାୟ କୌଣସି କାର୍ଯ୍ୟ ହୋଇନାହିଁ। ଦିନକୁ ଦିନ ହଟ୍ଟଗୋଳ, ସ୍ଲୋଗାନବାଜି ଓ ଗୃହ ମଧ୍ୟରେ ପ୍ରତିବାଦ—ଏହା ହେଉଛି ଅଧିବେଶନର ପରିଚୟ। ଚାଷୀଙ୍କ ଧାନ ଅଭାବୀ ବିକ୍ରି, କଟନୀ–ଛଟନୀ, ମଣ୍ଡିରେ ଅବ୍ୟବସ୍ଥା—ଏହି ସମସ୍ୟାକୁ ନେଇ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜାତୀୟ କଂଗ୍ରେସ (କଂଗ୍ରେସ) ଗୃହକୁ ଅଚଳ କରୁଛନ୍ତି। କିନ୍ତୁ ପ୍ରଶ୍ନ ଏହା—ଗୃହ ଅଚଳ କରିଦେଲେ ସମସ୍ୟାର ସମାଧାନ ହେବ କି? ନା ଏହା ଲୋକତାନ୍ତ୍ରିକ ଦାୟିତ୍ୱରୁ ପଳାୟନର ରାସ୍ତା? ନା ସରକାରୀ ଦଳକୁ ଉତ୍ତରଦାୟିତ୍ୱରୁ ମୁକ୍ତ କରିବାର ବୁଝାମଣା।…

Read More