Author: NAZMEEN PARWEEN

କାର ଟାୟାର ଶୀଘ୍ର ନଷ୍ଟ ହେବାର ଅନେକ କାରଣ ଥାଇପାରେ । ଯଦି ଏହିଗୁଡିକୁ ଠିକ୍ ସମୟରେ କାର୍ଯ୍ୟ କରାନଯାଏ, ତେବେ ଏହା ଅସୁବିଧାରେ ପକାଇବ ଅର୍ଥାତ୍ ଏକ ଟଙ୍କା ଯାଗାରେ ୫ ଟଙ୍କା ଦବାକୁ ପଡିଥାଏ । ତେବେ ୫ଟି ମୁଖ୍ୟ କାରଣ ରହିଛି ଯାହା ଶୀଘ୍ର ଟାୟାର ଘସି ହୋଇ ନଷ୍ଟ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଭୁଲ୍ ଟାୟାର ପ୍ରେସର   ଯଦି ଆପଣଙ୍କ ଟାୟାରରେ ସଠିକ୍ ପରିମାଣରେ ପ୍ରେସର ନାହିଁ ତେବେ ଏହା ଘସି ହୋଇ ନଷ୍ଟ ହୋଇଯିବ । କମ୍ ପ୍ରେସର ଥିବା କାରଣରୁ ଟାୟାରର ଧାରଗୁଡିକ ଶୀଘ୍ର ଖରାପ ହୋଇଯାଏ । ଏଥିପ୍ରତି ଆପଣ ସଚେତନ ରହିବା ନିହାତି ଆବଶ୍ୟକ ଏବଂ ପ୍ରତ୍ୟେକ ସମୟରେ ଗାଡିର ପ୍ରେସର ଚେକ୍ କରନ୍ତୁ । ଅସମାନ ଆଲାଇନ୍ମେଣ୍ଟ ଏବଂ ବାଲାନ୍ସିଂ  ଯଦି ଗାଡିର ଚକ ଠିକ୍ ଭାବରେ ନଲାଗିଥାଏ, ତେବେ…

Read More