Author: NAZMEEN PARWEEN

ଉତ୍ତରପ୍ରଦେଶ ପ୍ରୟାଗରାଜରେ ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ । ମହାକୁମ୍ଭ ମେଳାକୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ବିଶାଳ ଧାର୍ମିକ ମେଳା ପ୍ରୟାଗରାଜରେ ୪୫ ଦିନ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କୁ ହିଲ ଷ୍ଟେସନର ଅନୁଭୂତି ଦେବାକୁ ପ୍ରୟାଗରାଜ ମହାକୁମ୍ଭରେ ପ୍ରଥମ ଥର ପାଇଁ ଡୋମ ସିଟି ପ୍ରସ୍ତୁତ କରାଯାଇଛି । ଫାୟାର ପ୍ରୁଫ ଡୋମ ସିଟି ପ୍ରସ୍ତୁତ ହୋଇସାରିଛି । ଡୋମ ସିଟିରେ ନିର୍ମାଣ ହୋଇଥିବା କଟେଜର ଦାମ୍ ୮୧ ହଜାର ଟଙ୍କା । ୩ ହେକ୍ଟରରେ ନିର୍ମାଣ ହୋଇଥିବା ଭବ୍ୟ ଡୋମ ସିଟିର ନିର୍ମାଣ ପାଇଁ ପାଖାପାଖି ୫୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମହାକୁମ୍ଭରେ ଡୋମ ସିଟିର ଆଧୁନିକତା, ଭବ୍ୟତା ଏବଂ ଆଧ୍ୟାତ୍ମର ଅନୁଭୂତିର ସଙ୍ଗମ ହେବ । ଡୋମ ସିଟିରେ…

Read More