Author: NAZMEEN PARWEEN

ନୂଆ ବର୍ଷ ହେଉ କି ବଡ଼ଦିନ ଏହି ପିକନିକ ଋତୁରେ ପର୍ଯ୍ୟଟନ ସ୍ଥଳୀକୁ ସବୁବେଳେ ଲୋକଙ୍କ ସୁଅ ଛୁଟିଥାଏ । ମନଲୋଭା ପରିବେଶ ଓ ବଣଭୋଜି ପର୍ଯ୍ୟଟକଙ୍କୁ ଦେଇଥାଏ ଅସରନ୍ତି ଖୁସି । ଆଉ ପ୍ରାକୃତିକ ପରିବେଶରେ ସେଲଫି ନେବାରେ ମଜି ଯାଆନ୍ତି ପର୍ଯ୍ୟଟକ । ସେଥିପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପର୍ଯ୍ୟଟକଙ୍କର ଭିଡ ବେଶ ଲାଗି ରହେ । ସେହିଭଳି ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହେଉଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶିମିଳିପାଳ ପାଦଦେଶରେ ଅବସ୍ଥିତ ମାଛକାନ୍ଦଣା ଜଳ ପ୍ରପାତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳପ୍ରପାତ । ପାହାଡ ଜଙ୍ଗଲ ଓ ଝରଣାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ କରିଥାଏ ବିମୋହିତ । ସତେ ଯେମିତି ଏହି ପ୍ରାକୃତିକ ପରିବେଶ ପର୍ଯ୍ୟଟକମାନଙ୍କର ପିକନିକ ଋତୁର ଠିକଣା ପାଲଟିଛି । ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ଏହି ମନଲୋଭା ପରିବେଶ କ୍ଷଣିକ ପାଇଁ ପର୍ଯ୍ୟଟକଙ୍କୁ ଦେଇଥାଏ ଅସରନ୍ତି ଆନନ୍ଦ…

Read More