Author: NAZMEEN PARWEEN

ସବାଇ ଘାସ ପରେ ଏବେ ମୟୁରଭଞ୍ଜ ଜିଲ୍ଲାର ଚାଷୀଙ୍କୁ ରୋଜଗାରର ନୂଆ ପନ୍ଥା ଦେଇଛି ଷ୍ଟ୍ରବେରୀ । କୋରାପୁଟ ଓ କନ୍ଧମାଳ ପରେ ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଅଳ୍ପ ଦିନରେ ମିଳିବ ଅଧିକ ଲାଭ । ଏନେଇ ଚାଷୀମାନେ ବହୁତ ଉତ୍ସାହିତ ଅଛନ୍ତି । ପ୍ରଥମ କରି ଶିମିଳିପାଳ ପାଦ ଦେଶରେ ଆରମ୍ଭ ହୋଉଛି ଏହି ଷ୍ଟ୍ରବେରୀ ଚାଷ। ବିଶ୍ଵ  ଷ୍ଟ୍ରବେରୀ ବଜାରକୁ ପ୍ରବେଶ କରିଛି ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଷ୍ଟ୍ରବେରୀ । ଆଗକୁ ଜିଲ୍ଲାର ବିଭିନ୍ନ ବ୍ଳକରେ ଏହି ଚାଷ ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା । ଶିଳ୍ପ ବିହୀନ ଏହି ଜିଲ୍ଲାର ଏକମାତ୍ର ବିକଳ୍ପ ହେଉଛି ଚାଷ । ଜିଲ୍ଲାର ଅଧାରୁ ଅଧିକ ଚାଷୀ ସବାଇଘାସ ଚାଷ ଉପରେ ନିର୍ଭର କରନ୍ତି । ସେହି ସବାଇ ଘାସ ଆଜି ମୟୁରଭଞ୍ଜ ଜିଲ୍ଲାକୁ ବିଶ୍ଵ ଦରବାରରେ…

Read More