Author: NAZMEEN PARWEEN

ନୂଆ ବର୍ଷ ପାଇଁ ଚାରିଆଡ ଉତ୍ସବ ମୁଖର । ଏହାରି ଭିତରେ ଏବେ ଚାଲିଛି ପିକନିକ ଋତୁ । ତେବେ ଏଥିରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମୟୁରଭଞ୍ଜ ଜିଲ୍ଲା କେମିତି ବା ବାଦ ପଡନ୍ତା । ନୂଆବର୍ଷରେ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ୧୦ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମୟୁରଭଞ୍ଜରେ ଥିବା ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ଏବଂ ତାର ପାଦଦେଶରେ ଥିବା ପର୍ଯ୍ୟଟନ ସ୍ଥଳୀ । କେବଳ ଶିମିଳିପାଳକୁ ଉଭୟ ଯଶିପୁର ଓ ପିଠାବଟା ବାଟ ଦେଇ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ପ୍ରବେଶ କରିଥିବା ବେଳେ ପାଦଦେଶରେ ହଜାର ହଜାର ପର୍ଯ୍ୟଟକ ନିଜ ନିଜ ପରିବାର ବର୍ଗଙ୍କ ସହ ବଣଭୋଜି କରି ମଜା ଉଠାଇଛନ୍ତି । କିଏ ସେଲଫି ନେବାରେ ବ୍ୟସ୍ତ ତ ଆଉ…

Read More