Author: NAZMEEN PARWEEN

ଆଗାମୀ ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟର ୪ଟି ସହର ଓ ସହରରୁ ବାରାଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟାକୁ ଏକ ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ପକ୍ଷରୁ ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ବସ୍ ସେବା ଚଳାଚଳ କରିବ। ଅଧିକରୁ ଅଧିକ ଯାତ୍ରୀ ସୁବିଧା ଯୋଗାଇବା ପାଇଁ ଅତ୍ୟାଧୁନିକ ପ୍ରିମିୟମ ଏବଂ ହାଇ-ଏଣ୍ଡ ସୁବିଧା ଥିବା ଏହି ବସଗୁଡ଼ିକରେ ଆରାମଦାୟକ ଯାତ୍ରା ପାଇଁ ଉଭୟ ସ୍ଲିପର ଏବଂ ସିଟର ବ୍ୟବସ୍ଥା ସହିତ ମୋବାଇଲ ଚାର୍ଜିଂ ପୋର୍ଟ ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଲେଗ୍ରୁମ୍ ର ବ୍ୟବସ୍ଥା ରହିଛି। ଓଏସଆରଟିସି ସୂତ୍ରରୁ ପ୍ରକାଶ ଯେ ବସ୍ଗୁଡ଼ିକରେ ଅତ୍ୟାଧୁନିକ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ଜରୁରୀକାଳୀନ ପ୍ୟାନିକ୍ ବଟନ୍ ଏବଂ…

Read More