Author: NAZMEEN PARWEEN

ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ଅତ୍ୟଧିକ ସମୟ ନେଉଥିବା ବ୍ୟାଙ୍କଗୁଡିକୁ ଖୁବଶୀଘ୍ର ମୂଲ୍ୟ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) ଏକ ନିର୍ଦ୍ଦେଶନାମା ଜାରି କରି ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା କରୁଥିବା ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକ ପାଇଁ ଜରିମାନା ରଖାଯାଇଛି। ଏଣିକି ଦାଖଲ ତାରିଖଠାରୁ ୩୦ ଦିନ ମଧ୍ୟରେ ଯଦି ଅଭିଯୋଗର ସମାଧାନ ହୋଇନଥାଏ, ତେବେ ଅଭିଯୋଗକାରୀ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେବେ। ବ୍ୟାଙ୍କ, ଆର୍ଥିକ କମ୍ପାନୀ, କ୍ରେଡିଟ୍ ଇନଫର୍ମେସନ୍ କମ୍ପାନି ଏବଂ କ୍ରେଡିଟ୍ ଇନଷ୍ଟିଚ୍ୟୁସନରୁ ସେମାନଙ୍କ ଡାଟାର ସମାଧାନ କିମ୍ବା ଅପଡେଟ୍ ମାଗିବାରେ ବିଳମ୍ବ ହେଉଥିବା ନେଇ ଗ୍ରାହକମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ରିଜର୍ଭ ବ୍ୟାଙ୍କ ଏବେ ନିର୍ଦ୍ଦେଶ ଦେଇଛି ଯେ ବ୍ୟାଙ୍କ କିମ୍ବା ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ  ଦ୍ୱାରା ଗ୍ରାହକଙ୍କ କ୍ରେଡିଟ୍ ସୂଚନା ଆକସେସ୍ କରିବା ସମୟରେ ସିଆଇସିମାନେ ଇ-ମେଲ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦେବା ଆବଶ୍ୟକ।…

Read More