Author: NAZMEEN PARWEEN

 ପ୍ରବାସୀ ଭାରତୀୟ ଦିବସ ୧୮ତମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସିଇଓ ରବି କୁମାର ଏସ୍ । ଉଭୟ ଭୁବନେଶ୍ୱରରେ ଥିବା କଗ୍ନିଜେଣ୍ଟ କ୍ୟାମ୍ପସକୁ ଭାରତର ସର୍ବବୃହତ କେନ୍ଦ୍ର ଭାବରେ ବିକଶିତ କରିବା ଉପରେ ଆଲୋଚନା କରିଥିଲେ । କଗ୍ନିଜେଣ୍ଟର ନିଜସ୍ୱ କ୍ୟାମ୍ପସର ବିକାଶ ପାଇଁ ରାଜ୍ୟ ସରକାର ରାଜଧାନୀରେ ଉପଯୁକ୍ତ ଜମି ଆବଣ୍ଟନ କରିବେ ଏବଂ ଏହାକୁ ଭାରତର ସର୍ବବୃହତ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ରବି କୁମାରଙ୍କୁ ଆଶ୍ୱାସନା ଦେଇଥିଲେ । ଆଲୋଚନା ବେଳେ ରବି କୁମାର ଭୁବନେଶ୍ୱରରେ ଏହାର କେନ୍ଦ୍ରର ଅଭିବୃଦ୍ଧି କୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଓଡ଼ିଶାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କଗ୍ନିଜେଣ୍ଟ ସିଇଓଙ୍କ ସହଯୋଗ ଲୋଡ଼ିଛନ୍ତି।…

Read More