Author: NAZMEEN PARWEEN

 ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରେ ଭଗବାନ ବୁଦ୍ଧଙ୍କ ଦ୍ଵିତୀୟ ଅବତାର ତଥା ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବଙ୍କ ଦେହବସାନ ଘଟିଛି । ଏହାର ପ୍ରାମାଣିକ ତଥ୍ୟ ମିଳିବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଅଧିକ ଜାଣିବା ଏବଂ ଆଲୋଚନା ପାଇଁ ‘ଫାଷ୍ଟ ଗୁରୁ ପଦ୍ମସମ୍ଭବ କନକ୍ଳେଭ’ ଉଦଘାଟିତ ହୋଇଯାଇଛି । ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁ ପଦ୍ମସମ୍ଭବ ଅନ୍ତର୍ଜାତୀୟ ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ୧୫ଶହ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇଛନ୍ତି । ଏହି ଅବସରରେ ଉଦୟଗିରି ସ୍ଥିତ ପର୍ଯ୍ୟଟନ ବଙ୍ଗଳା ଠାରୁ ସମସ୍ତେ ଏକ ଶାନ୍ତି ଶୋଭାଯାତ୍ରାରେ ବୌଦ୍ଧ ପୀଠ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ବିଭିନ୍ନ ଦେଶର ପ୍ରତିନିଧି ମାନେ ପରମ୍ପରିକ ପୋଷାକ ପରିଧାନ ସହ ମନ୍ତ୍ର ଉଚ୍ଚାରଣ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଉଦୟଗିରି ସ୍ଥିତ ଉପାସନା ସ୍ଥଳରେ ବୌଦ୍ଧ ସନ୍ୟାସୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।…

Read More