Author: NAZMEEN PARWEEN

ମହାକୁମ୍ଭ-୨୦୨୫ ଆଜିଠାରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ସ୍ଥଳରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏମାନଙ୍କ ମଧ୍ୟରେ ବଲିଉଡ଼ କଳାକାରଙ୍କ ସମେତ ଭିଭିଆଇପି ବ୍ୟକ୍ତିବିଶେଷ ମଧ୍ୟ ଆସିଛନ୍ତି । ବିଶ୍ୱର ସବୁଠାରୁ ଧନୀ ମହିଳା ତଥା ଆପଲର ସହ ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ପ୍ରୟାଗରାଜରେ ପହଞ୍ଚିଛନ୍ତି । ଲରେନ ପାୱେଲ ସ୍ୱାମୀ କୈଳାଶନନ୍ଦ ଜୀଙ୍କ ଶିବିରରେ ଆସନ୍ତା ୨୯ ଜାନୁଆରୀ ପର୍ଯ୍ୟନ୍ତ ରହିବେ । ସ୍ୱାମୀ କୈଳାଶନନ୍ଦ ଜୀ ତାଙ୍କ ନାମ କମଳା ଦେଇଛନ୍ତି । ତାଙ୍କୁ ଅଚୁତ୍ୟ ଗୋତ୍ର ମଧ୍ୟ ଦେଇଛନ୍ତି । ସେ ସାଧୁସନ୍ଥ ମାନଙ୍କୁ ସାକ୍ଷାତ କରି ଭାରତୀୟ ପରମ୍ପରାକୁ ବୁଝିବାର ପ୍ରୟାସ କରିବେ । ପୌଷ ପୂର୍ଣ୍ଣିମା ଅବସରରେ ସଙ୍ଗମରେ ପ୍ରଥମ ବୁଡ ବି ପକାଇବେ । ସେ ସନ୍ନ୍ୟାସିନୀ ଭଳି ବାସ କରିବେ । ସେ ଧ୍ୟାନରେ ବସିବା…

Read More