Author: NAZMEEN PARWEEN

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି । ବୁଧବାର ଅପରାହ୍ନ ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ଟା ଯାଏଁ ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।  ବୁଧବାର (୧୫ ତାରିଖ) ଦିନ ଶ୍ରୀବିଗ୍ରମାନଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି ।  ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଯେଉଁଥି ଲାଗି ଆପାତତଃ ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦୀର୍ଘ ସମୟ ଧରି ଚାଲିବା ମହାପ୍ରଭୁଙ୍କ ବନକଲାଗି ନୀତି ।  ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ, ଓ କଳା ଇତ୍ୟାଦି ବ୍ୟବହାର କରାଯିବ। ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ…

Read More