Author: NAZMEEN PARWEEN

ରାଜ୍ୟରେ ଶୀତ ଲହରୀ ଜାରି ରହିଥିବାବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ଘନକୁହୁଡ଼ି ଅନୁଭୂତ ହେବ । ଘନ କୁହୁଡ଼ି ପାଇଁ ଆଜି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେତେକ ଜିଲ୍ଲାରେ ତାପମାତ୍ରା କମିବା ସମ୍ଭାବନା ରହିଛି । ବିଶେଷକରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏହାସହ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହିତ ହୋଇପାରେ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ପ୍ରକୋପ ଆହୁରି ବଢିଯିବ । ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା । କିଛି ଦିନ ବ୍ୟବଧାନ ପରେ ହଠାତ୍‌ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁ…

Read More