Author: NAZMEEN PARWEEN

ରଥଯାତ୍ରା ପାଇଁ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ରଥକାଠ । ନୟାଗଡରୁ ୩ଟି ଟ୍ରକରେ ୧୦୧ ଖଣ୍ଡ କାଠ ପୁରୀ ଅଭିମୁଖେ ବାହାରିଛି ।  ଡିସେମ୍ବର ୧୬ ତାରିଖରେ ପୁରୀରୁ ୩ଜଣ ସେବାୟତ ଆଜ୍ଞାମାଳ ଧରି ନୟାଗଡ ଡିଏଫଓଙ୍କ ନିକଟରେ ପହଂଚିଥିଲେ । ୧୭ ତାରିଖ ଦିନ ଗଣିଆ ନିକଟସ୍ଥ ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ କାଠ କଟା ଆରମ୍ଭ ହୋଇଥିଲା । ଆଜି ଟ୍ରକ ଯୋଗେ ପୁରୀ ଅଭିମଖେ କାଠ ଯାଇଛି ।  ୫୩ଖଣ୍ଡ ଧଉରା କାଠ ଥିବାବେଳେ ୪୮ ଖଣ୍ଡ ଅସନ କାଠ ରହିଛି । ଶ୍ରୀପଞ୍ଚମୀ ପୂର୍ବରୁ ପୁରୀରେ ପହଞ୍ଚିବ ରଥକାଠ । ସମସ୍ତ ରଥକାଠ ପହଞ୍ଚିବା ପରେ ଅକ୍ଷୟ ତୃତୀୟା ଦିନ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତବର୍ଷ ଜୁନ୍ ୨୭ ତାରିଖରେ ରଥଯାତ୍ରା ପାଳନ କରାଯିବ । ଏହି ବର୍ଷ ୧୭୮ ଥର ଲାଗି ରଥ ଟଣାଯିବ…

Read More