Author: NAZMEEN PARWEEN

Make in odisha conclave 2025: କନକ୍ଲେଭର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା। ଭୁବନେଶ୍ବର ଜନତା ମୈଦାନରେ ଉଦଘାଟିତ ହେଲା ଉତ୍କର୍ଷ ଓଡିଶା ୨୦୨୫ ।  ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଶିଳ୍ପପତି ନୀନ ଜିନ୍ଦଲ, ଅନୀଲ ଅଗ୍ରଓ୍ବାଲ, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, କରଣ ଆଦାନୀ ସାମିଲ ଅଛନ୍ତି । ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି । ଶିଳ୍ପ ବିକାଶ ଓଡିଶାରେ ବହୁତ ସୁଯୋଗ ରହିଛି ।  ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ  ।  ଆପଣମାନଙ୍କ ସହଯୋଗରେ ଓଡ଼ିଶାର ଦିଶା ବଦଳିବ  ବୋଲି କହିଛନ୍ତି ।  ଓଡ଼ିଶାର ଔଦ୍ୟୋଗିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ…

Read More