Author: NAZMEEN PARWEEN

କଥାରେ ଅଛି  ଆରେ କ’ଣ କୁମ୍ଭ ମେଳାରେ ହଜିଯାଇଥିଲ କି ? ଆଉ ଆଜି ସେ କଥା ସତ ହୋଇଛି । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଏକ ପରିବାରର ମହାମିଳନ ହୋଇଛି । ଝାଡ଼ଖଣ୍ଡର ଜଣେ ପରିବାର ସହ ୨୭ ବର୍ଷ ପରେ ଚମତ୍କାର ଭଳି ଘଟଣା ଘଟିଛି । ଏହି ପରିବାର ୨୭ ବର୍ଷରୁ ନିଖୋଜ ଥିବା ପୁଅଙ୍କୁ ପ୍ରୟାଗରାଜରେ ପାଇଥିବାର ଦାବି କରିଛନ୍ତି । ହେଲେ ସେ ଅଘୋରୀ ସାଧୁ ହୋଇଯାଇଛନ୍ତି । ପରିବାର ଲୋକଙ୍କ କହିବା ମୁତାବକ, ୧୯୯୮ରେ ନିଖୋଜ ହୋଇଥିବା ଗଙ୍ଗାସାଗର ଯାଦବ ଏବେ ଅଘୋରୀ ସାଧୁ ହୋଇଯାଇଛନ୍ତି । ଯାହାଙ୍କୁ ଏବେ ବାବା ରାଜକୁମାର ନାମରେ ଲୋକମାନେ ଡାକୁଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୬୫ ବର୍ଷ ରହିଛି । ଗଙ୍ଗାସାଗର ୧୯୯୮ରେ ପାଟନା ଯିବା ପରେ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହାପରେ ତାଙ୍କ ସ୍ତ୍ରୀ ଧନୱା ଦେବୀ ଏକାକୀ…

Read More