Author: NAZMEEN PARWEEN

ଯୌତୁକ ନିଷେଧ ଆଇନର କେତେକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ମହିଳା କେନ୍ଦ୍ରୀତ ଆଇନର ଅପବ୍ୟବହାର ଅଭିଯୋଗ ଆଣିଥିବା ଆବେଦନକୁ ସୋମବାର ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲଙ୍କୁ ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆପଣ ସଂସଦକୁ ଯାଇ ଏସବୁ ଆଧାର ଉପସ୍ଥାପନ କରିପାରିବେ। ମିଳିଥିବା ସୂଚନା ଅନୁଯାୟୀ, ଆବେଦନକାରୀଙ୍କ ଓକିଲ ଯୌତୁକ ନିଷେଧ ଆଇନ, ୧୯୬୧ର ଧାରା ୨ ଓ ୩ ସମେତ କେତେକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲେ। ଏହି ଆଇନର ଧାରା ୨ରେ ଯୌତୁକ ସଂଜ୍ଞା ସମ୍ପର୍କିତ ଥିବା ବେଳେ ଧାରା ୩ରେ ଯୌତୁକ ଦେବା କିମ୍ବା ନେବା ପାଇଁ ଜରିମାନା ସମ୍ପର୍କିତ ରହିଛି। ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଆବେଦନକାରୀ ଏହି ଆଇନଗୁଡ଼ିକ ବିଷୟରେ ଚିନ୍ତିତ ଅଛନ୍ତି ଏବଂ ଦାବି କରିଛନ୍ତି ଯେ ଏଭଳି ବ୍ୟବସ୍ଥା ପୁରୁଷମାନଙ୍କ ଉପରେ ପ୍ରତିକୂଳ…

Read More