Author: NAZMEEN PARWEEN

ବିଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ଳ ଲଗାଇବା ଯୋଗୁଁ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି ଓ ଏହାକୁ ନେଇ ପୁରା ଦମରେ ପୃଥ‌ିବୀରେ ବାଣିଜ୍ୟିକ ଯୁଦ୍ଧ ସୃଷ୍ଟିର ଆଶଙ୍କା ଦେଖାଦେଇଛି। ପ୍ରଥମେ କାନାଡା, ମେକ୍ସିକୋ ଓ ଚୀନ ଉପରେ ଶୁକ୍ଳ ଲଗାଇବାକୁ ନିଷ୍ପରି ନେବା ପରେ ଟ୍ରମ୍ପଙ୍କର କଡ଼ା ନଜର ଏବେ ୟୁରୋପୀୟ ୟୁନିଅନ ଉପରେ ପଡ଼ିଛି । ସେ କହିଛନ୍ତି ଯେ ୨୭ଟି ଦେଶ ବିଶିଷ୍ଟ କଷ୍ଟମସ ଓ ମନିଟାରୀ ବ୍ଲକ ଉପରେ ସେ ସମ୍ପୂର୍ଣଭାବେ ଶୁକ୍ଳ ଲଗାଇବେ। ତା’ର ପ୍ରତିକ୍ରିୟା ବି ସୃଷ୍ଟି ହୋଇଛି ଓ ବ୍ରୁସେଲ୍ସ ପ୍ରଥମେ ପାଲଟା ପଦକ୍ଷେପ ନେବ ବୋଲି ଘୋଷଣା କରିଛି। କାନାଡ଼ା ଓ ମେକ୍ସିକୋ ଆମେରିକାର ଦୁଇ ବଡ଼ ବାଣିଜ୍ୟିକ ସହଯୋଗୀ। ସେମାନେ ମଧ୍ୟ ଓଲଟା ପଦକ୍ଷେପର ସଂକେତ ଦେଇଛନ୍ତି । କେବଳ ଚୀନ୍‍ ଏଯାଏଁ ନିରବତା ଅବଲମ୍ବନ କରିଛି ଓ ଟ୍ରମ୍ପଙ୍କ ପଦକ୍ଷେପ…

Read More