Author: NAZMEEN PARWEEN

ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର ପତନ ବଢ଼ୁଥିବାରୁ ଆସନ୍ତା ୭୫ ବର୍ଷ ମଧ୍ୟରେ ଭାରତର କଲକାତା ସମେତ ବିଶ୍ୱର ୯ଟି ସହର ସମୁଦ୍ରରେ ସମାଧି ନେବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି। ବୈଶ୍ୱିକ ତାପନ ଫଳରେ ଗୁରୁତର ପାଣିପାଗ ସମସ୍ୟା ସୃଷ୍ଟି ହେବ ଓ ବାରମ୍ବାର ତଥା ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ଗ୍ଲୋବାଲ ୱାର୍ମିଂ ବଢ଼ୁଥିବାରୁ କ୍ରମେ ଭୀଷଣ ବର୍ଷା ହେବ ଓ ସମୁଦ୍ର ପତନ ବଢ଼ିବ। ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ ବୃଦ୍ଧି ପାଇବା ଯୋଗୁଁ ଆଗାମୀ ୭୫ ବର୍ଷ ମଧ୍ୟରେ ଭାରତର କଲକାତା ଏବଂ ବିଶ୍ୱର ଅନ୍ୟ ଆଠଟି ସହରରେ ଭୟଙ୍କର ବନ୍ୟା ସହ ୨୧୦୦ ମସିହା ସୁଦ୍ଧା ସମୁଦ୍ରରେ ଲୀନ ହେବେ ବୋଲି ବୈଜ୍ଞାନିକ ଆଶଙ୍କା କରିଛନ୍ତି। ସିଙ୍ଗାପୁରର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଅଙ୍ଗାରକାମ୍ଳ ନିର୍ଗମନ ଜାରି ରହେ, ତେବେ ସମୁଦ୍ର ସ୍ତର ୬.୨ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଥାଇଲାଣ୍ଡର…

Read More