Author: NAZMEEN PARWEEN

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ମଙ୍ଗଳବାର ବାର୍ଷିକ ଓଡ଼ିଶା ଯୁକ୍ତ ୨ ପରୀକ୍ଷା-୨୦୨୫ ର ସମୟ ସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରି ୧୮ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଯୋଗାଯୋଗ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ମୋଟ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ଦୁର୍ନୀତି ରୋକିବା ପାଇଁ ସିସିଟିଭି ସର୍ଭିଲାନ୍ସ ସହ ୧୨୭୬ଟି ପରୀକ୍ଷା କେନ୍ଦ୍ର ଓ ୫ଟି ସ୍ତରୀୟ ସ୍କ୍ୱାଡ୍ ରହିବ। କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍ ରେ ୨୪ ଘଣ୍ଟିଆ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସର୍ଭେଲାନ୍ସ ରହିବ। ଓଡ଼ିଶା ସିଏଚ୍ଏସ୍ଇ ପରୀକ୍ଷା-୨୦୨୫ ସମୟ ସୂଚୀ ପରୀକ୍ଷାର୍ଥୀମାନେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷା କକ୍ଷ/ହଲ୍ ରେ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି। ନିୟମ…

Read More