What's Hot
Author: NAZMEEN PARWEEN
ମହାକୁମ୍ଭରେ ବୁଡ଼ ପକାଇଲେ ମହାମହିମ । ପ୍ରୟାଗରାଜ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରୟାଗରାଜରେ ପହଞ୍ଚିବା ପରେ ନୌବିହାର କରିଥିଲେ । ନୌବିହାର ବେଳେ ବିଦେଶାଗତ ପକ୍ଷୀଙ୍କୁ ଖାଦ୍ୟ ଖୁଆଇଥିଲେ। ଶହ ଶହ ସଂଖ୍ୟାରେ ପକ୍ଷୀଙ୍କୁ ଖାଦ୍ୟ ଦେଇଥିଲେ ରାଷ୍ଟ୍ରପତି । ସାଙ୍ଗରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ। ବୁଡ଼ ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ପ୍ରୟାଗରାଜରେ ରାଷ୍ଟ୍ରପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରହିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୁମ୍ଭମେଳାରେ ଏପର୍ୟ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇସାରିଲେଣି । Also read https://purvapaksa.com/no-subhadra-yojana-benefit-for-women-with-dual-aadhaar-cards-in-odishas-kotia/ https://purvapaksa.com/no-subhadra-yojana-benefit-for-women-with-dual-aadhaar-cards-in-odishas-kotia/
