What's Hot
Author: NAZMEEN PARWEEN
କ୍ରମାଗତ ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ସାଇ ଅଙ୍ଗନ ପୁଣି ଥରେ ଭୁବନେଶ୍ୱରର ଏକ ନମ୍ବର ପ୍ଲେସ୍କୁଲ ଭାବେ ମାନ୍ୟତା ପାଇଛି। ଶନିବାର ହାଇଦ୍ରାବାଦରେ ଅନୁଷ୍ଠିତ ଗ୍ରାଣ୍ଡ ଜୁରି ଇଣ୍ଡିଆ ପ୍ରିସ୍କୁଲ ରାଙ୍କିଙ୍ଗ ୨୦୨୫ ପୁରସ୍କାର ଏବଂ ପ୍ରାରମ୍ଭିକ ଶିଶୁ ଶିକ୍ଷା ଜାତୀୟ ସମ୍ମିଳନୀ ୨୦୨୫ରେ ସାଇ ଅଙ୍ଗନର ଆସୋସିଏଟ୍ ଡାଇରେକ୍ଟର ତଥା ପ୍ରିନ୍ସିପାଲ ପ୍ରାଇମେରୀ ରଶ୍ମି ପାଣ୍ଡେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଅଧ୍ୟାପକଙ୍କ ଉତ୍କର୍ଷତା, ଭିତ୍ତିଭୂମି, ଛାତ୍ରଯତ୍ନ, ନେତୃତ୍ବ, ଅଭିଭାବକଙ୍କ ନିୟୋଜିତତା, ଅଭିନବ ଶିକ୍ଷାଦାନ, ନିରାପତ୍ତା ଏବଂ ଅନ୍ତର୍ଭୁକ୍ତୀକରଣ ଭଳି ପ୍ରମୁଖ ମାନଦଣ୍ଡକୁ ଅନ୍ତର୍ଭୁକ୍ତ କରି ବ୍ୟାପକ ୧୦ ପଏଣ୍ଟ ସ୍କେଲରେ ମୂଲ୍ୟାଙ୍କନ କରାଯାଇଥିବା ଏହି ପୁରସ୍କାର ଅସାଧାରଣ ପ୍ରାରମ୍ଭିକ ଶୈଶବ ଶିକ୍ଷା ପ୍ରଦାନ ପାଇଁ ସାଇ ଆଙ୍ଗନଙ୍କ ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ସାଇ ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ସିଲପି ସାହୁ ଧନ୍ୟବାଦ ଅର୍ପଣ କରି କହିଛନ୍ତି ଯେ, ସାଇ ଅଙ୍ଗନ ପୁଣିଥରେ ଏଜୁକେସନ୍ ୱାର୍ଲ୍ଡ ଇଣ୍ଡିଆ ପ୍ରିସ୍କୁଲ ରାଙ୍କିଙ୍ଗ୨୦୨୫…
