Author: NAZMEEN PARWEEN

ପେନ୍ଥା ପେନ୍ଥା ଷ୍ଟ୍ରବେରୀ । କ୍ଷେତରେ ଫଳିଛି ଏହି ଦାମୀ ବିଦେଶୀ ଫଳ। ଏ ହେଉଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାରବାଟୀ ଅଞ୍ଚଳର ମହିଳା ଚାଷୀ ସୁମନା ପ୍ରଧାନଙ୍କ ଷ୍ଟ୍ରବେରୀ କ୍ଷେତ। ଏକ ହେକ୍ଟର ଜମିରେ ପେନ୍ଥା ପେନ୍ଥା ଫଳାଇଛନ୍ତି ଷ୍ଟ୍ରବେରୀ । ଯାଜପୁର ଜିଲ୍ଲାରେ ପ୍ରଥମ କରି ଏହି ଦାମିକିଆ ଫଳ ଚାଷ ପାଇଁ ସୋସିଆଲ ମିଡ଼ିଆ ୟୁଟ୍ୟୁବ ତାଙ୍କୁ ବାଟ ଦେଖାଇଛି । ରୋଜଗାର ଆଶାରେ ବିଭିନ୍ନ ପ୍ରକାର କୋଳି, ଗେଣ୍ଡୁ ଫୁଲ ଚାଷ ଆଦି କରୁଥିଲେ । ଏଥିରୁ ଆଶାନୁରୂପକ ଆୟ ନମିଳିବାରୁ ୟୁଟ୍ୟୁବ ଦେଖି ଷ୍ଟ୍ରବେରୀ ଚାଷ ପାଇଁ ମନ ବଳାଇଥିଲେ । ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରି ଷ୍ଟ୍ରବେରୀ ଚାରା ଆଣି ଲଗାଇଥିଲେ । ସୁମନା ଏହି ଚାଷ କରି ଭଲ ରୋଜଗାର କରୁଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଇ ପାରିଛନ୍ତି । ରୋଜଗାରର ନୂଆ ରାସ୍ତା ଦେଖାଇଛି ଷ୍ଟ୍ରବେରୀ।…

Read More