Author: NAZMEEN PARWEEN

ମହାକୁମ୍ଭରେ ବୁଡ଼ ପକାଇଲେ ମହାମହିମ ।  ପ୍ରୟାଗରାଜ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ପ୍ରୟାଗରାଜରେ ପହଞ୍ଚିବା ପରେ ନୌବିହାର କରିଥିଲେ ।  ନୌବିହାର ବେଳେ ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଇଥିଲେ । ଶହ ଶହ ସଂଖ୍ୟାରେ ପକ୍ଷୀଙ୍କୁ ଖାଦ୍ୟ ଦେଇଥିଲେ ରାଷ୍ଟ୍ରପତି ।  ସାଙ୍ଗରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ।  ବୁଡ଼ ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ।  ପ୍ରୟାଗରାଜରେ ରାଷ୍ଟ୍ରପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରହିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  କୁମ୍ଭମେଳାରେ ଏପର୍ୟ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇସାରିଲେଣି । Also read https://purvapaksa.com/strawberry-farming-in-jajpur-watch-how-this-youth-earns-lakhs-annually-from-strawberry-farming/ https://purvapaksa.com/strawberry-farming-in-jajpur-watch-how-this-youth-earns-lakhs-annually-from-strawberry-farming/

Read More