Author: Purva Paksha

Women CM: ଦିଲ୍ଲୀର ପଲିଟିକାଲ ହିଷ୍ଟ୍ରି ଉପରେ ଯଦି ନଜର ପକାଇବା, ତେବେ ଦିଲ୍ଲୀରେ ଅଧିକ ସମୟ ଧରି ମହିଳାଙ୍କ ହାତରେ ଶାସନ ଡୋରୀ ରହି ଆସିଛି। ତେଣୁ ଦିଲ୍ଲୀବାସୀଙ୍କୁ କ’ଣ ମହିଳା ମୁଖ୍ୟମନ୍ତ୍ରୀ ପସନ୍ଦ କି ବୋଲି ଏବେ ପ୍ରଶ୍ନ ଉଠିଛି। ସବୁ କଳ୍ପାନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ଜଣେ ମହିଳାଙ୍କ ମୁଣ୍ଡରେ ସୁନା କଳସ ଢାଳିଛନ୍ତି ବିଜେପି ହାଇକମାଣ୍ଡ। ସିଏମ୍ ରେସରେ ଏକାଧିକ ହେଭିୱେଟ ରହିଥିଲେ ମାତ୍ର ବାଜି ମାରିନେଲେ ରେଖା ଗୁପ୍ତା। ବିଜେପି ବିଧାୟକ ଦଳ ବୈଠକରେ ପ୍ରଥମ ଥର ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କ ନାମରେ ମୋହର ବାଜିଥିଲା। ଚତୁର୍ଥ ଥର ପାଇଁ ଦିଲ୍ଲୀ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରେଖା ଗୁପ୍ତା ଦିଲ୍ଲୀର ୯ମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ଚତୁର୍ଥ ମହିଳା ସିଏମ୍ ହୋଇଛନ୍ତି। ତେବେ ଦିଲ୍ଲୀରେ ମହିଳା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବା ପ୍ରଥମ ଘଟଣା ନୁହେଁ।…

Read More