What's Hot
Author: Purva Paksha
Education System in Naveen Era: ରାଜ୍ୟର ୬୧୯୩ ସରକାରୀ ହାଇସ୍କୁଲ ମଧ୍ୟରୁ ୨୧୫୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଅର୍ଥାତ୍ ୩୫ ପ୍ରତିଶତ ବିଦ୍ୟାଳୟ ମୁଖିଆ ବିହୀନ ହୋଇ ଚାଲିଛି। ବିଜେଡି ଶାସନରେ ଶିକ୍ଷା ବ୍ୟବସ୍ଥା କେମିତି ଥିଲା? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ଆଜିର ବିଧାନସଭାରେ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଥିବା ପ୍ରଶ୍ନର ଉତ୍ତରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ। ଦୁଇଟି ପୃଥକ୍ ଜବାବରେ ଉଭୟ ମନ୍ତ୍ରୀ ରାଜ୍ୟର ସ୍କୁଲ୍ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ସ୍ୱୀକାର କରିଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟର ୬୧୯୩ ସରକାରୀ ହାଇସ୍କୁଲ ମଧ୍ୟରୁ ୨୧୫୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଅର୍ଥାତ୍ ୩୫ ପ୍ରତିଶତ ବିଦ୍ୟାଳୟ ମୁଖିଆ ବିହୀନ ହୋଇ ଚାଲିଛି। ଏଣୁ ସରକାର କାମଚଳା ପ୍ରଧାନଶିକ୍ଷକ ନିଯୁକ୍ତ କରିଛନ୍ତି। କାହିଁକି ପ୍ରଧାନ ଶିକ୍ଷକ ନିଯୁକ୍ତି ହୋଇନି…
