Author: Purva Paksha

ନୂଆପଡ଼ା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁସାରେ ନଭେମ୍ବର ୧୧ ତାରିଖରେ ଏହି ଆସନ ଲାଗି ଭୋଟ ଗ୍ରହଣ କରାଯିବ। ୧୪ ତାରିଖରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୩ ଅକ୍ଟୋବରରେ ଏଥିନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଦିନଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବ। ୨୦ ତାରିଖ ଯାଏ ନାମାଙ୍କନ ଦାଖଲ ଚାଲିବ। ୨୨ ତାରିଖ ଦିନ ନାମାଙ୍କନ ଯାଞ୍ଚ କରାଯିବ। ୨୪ ତାରିଖ ଭିତରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଓଡ଼ିଶାର ନୂଆପଡ଼ା ସହ ଏହି ତାରିଖ ଦିନ ଦେଶର ୮ଟି ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ହେବ। ଜମ୍ମୁ ଓ କଶ୍ମୀର,…

Read More