Author: Purva Paksha

Biju Legacy: ବଦଳିବ କି ପ୍ରବାଦ ପୁରୁଷଙ୍କ ପ୍ରତିଚ୍ଛବି। କେନ୍ଦ୍ରରେ ବିଜେପି ଶାସନକୁ ଆସିଲାପରେ ଜବାହରଲାଲ୍‍ ନେହରୁଙ୍କ ପାଇଁ ସୃଷ୍ଟି କରାଯାଇଥିବା ପ୍ରତିଚ୍ଛବିକୁ ଯେମିତି ପରିବର୍ତ୍ତନ କରାଯାଇଥିଲା ତାହାର ପୁନରାବୃତ୍ତି ଓଡ଼ିଶାରେ ହେବ କି? ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସକୁ ପଞ୍ଚାୟତିରାଜ ଦିବସଭାବେ ଗ୍ରହଣ କରିବା ନେଇ ଓଡ଼ିଶା ସରକାରଙ୍କ ପ୍ରତ୍ୟାଖ୍ୟାନ ପରେ ଏହି ପ୍ରଶ୍ନ ଏବେ ଚର୍ଚ୍ଚା ହେଉଛି। ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିର ଜନକ ମହାତ୍ମା ଗାନ୍ଧି ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଉଚିତ ମାନ୍ୟତା ଦେବା ଲାଗି କରିଥିବା ପ୍ରୟାସ ଏଠାରେ କିପରିଭାବେ ଲାଗୁ ହେବ? ବିଜେପି ସହିତ ବିଜୁ ପଟ୍ଟନାୟକଙ୍କ ସମ୍ପର୍କ ଆଦୌ ଭଲ ନ ଥିଲା। ୧୯୮୦ ମସିହାରେ ବିଜେପି ଗଠନ ହୋଇଥିଲା। ସେତେବେଳେ ବିଜେପିକୁ ସାଇନବୋର୍ଡ ପାଟି ବୋଲି ବିଜୁ ପଟ୍ଟନାୟକ କହି ତାତ୍ସଲ୍ୟ କରିଥିଲେ। ଏପରିକି ବିଜେପି ନେତାମାନଙ୍କୁ ମଣିଷ ବୋଲି ଗଣୁ ନ ଥିଲେ। ୧୯୯୦ ମସିହାରେ…

Read More