Author: Purva Paksha

live-in: ପୁରୁଷଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ମାମଲାକୁ ରଦ୍ଦ କରି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ କେବଳ ବିବାହ ପ୍ରତିଶ୍ରୁତିରେ ଦୀର୍ଘବର୍ଷ ଧରି ଲିଭ୍‍-ଇନ୍‍ ରହିବା ଦୁଷ୍କର୍ମ ନୁହେଁ। ଦୁଇ ବୟସ୍କଙ୍କ ମଧ୍ୟରେ ପ୍ରେମ ସମ୍ପର୍କ। ପୁରୁଷ ଜଣକ ବ୍ୟାଙ୍କ ଅଧିକାରୀ ଓ ମହିଳା ଅଧ୍ୟାପକ। ଦୁହେଁ ଶିକ୍ଷିତ ଓ ପ୍ରତିଷ୍ଠିତ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବର୍ଷେ କିମ୍ବା ଦୁଇ ବର୍ଷର ନ ଥିଲା। ସେମାନେ ଏକାଠି ଗୋଟିଏ ଛାତ ତଳେ  ୧୫-୧୬ ବର୍ଷ ଧରି ରହୁଥିଲେ। ଏକାଠି ରହିବା ଭିତରେ ସେମାନଙ୍କ ମଧ୍ୟରେ ଅନେକ ଥର ଶାରିରିକ ସମ୍ପର୍କ ସ୍ଥାପିତ ହୋଇଥିଲା। ୧୬ ବର୍ଷ ପରେ ହଠାତ୍‍ ଦିନେ ମହିଳା ଜଣକ ପୁରୁଷଙ୍କ ବିରୋଧରେ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମର ମାମଲା ରୁଜୁ କରିଥିଲେ। ପୁରୁଷ ସାଥିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଥିଲା। ତେବେ ସୁପ୍ରିମକୋର୍ଟ ମହିଳାଙ୍କ ଅଭିଯୋଗକୁ ଅବିଶ୍ୱାସ କରିଛନ୍ତି। ପୁରୁଷ ବନ୍ଧୁଙ୍କ ବିରୋଧରେ ସେ କରିଥିବା…

Read More