Author: Purva Paksha

Lalu Yadav Vs Nitish Kumar: ୧୯୯୦ମସିହାରେ ଲାଲୁ ଯାଦବ ବିହାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ରାମସୁନ୍ଦର ଦାସଙ୍କୁ ପରାସ୍ତ କରି କ୍ଷମତାକୁ ଆସିଥିଲେ। ଦେବୀଲାଲ ଓ ଚନ୍ଦ୍ରଶେଖରଙ୍କ ସମର୍ଥନରେ ସେ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ବିହାର ବିଧାନସଭା ଅଧିବେଶନ ଚାଲିଛି।  ଗୃହ ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଚାଲିଛି। ବଜେଟ୍ ଉପରେ ବିତର୍କ ପରେ ନୀତିଶ କୁମାର ଯେତେବେଳେ ତାଙ୍କ ସରକାରଙ୍କୁ ପ୍ରଶଂସା କରୁଥିଲେ, ତେଜସ୍ୱୀ ବାଧା ଦେଇଥିଲେ। ଏହାକୁ ନେଇ ନୀତିଶ ଉତ୍‍କ୍ଷିପ୍ତ ହୋଇ କହିଥିଲେ ଯେ,  ତୁମେ କିଛି ଜାଣି ନାହଁ, ତୁମେ ପିଲାଲୋକ, ତୁମ ବାପାଙ୍କୁ ପଚାର, ମୁଁ ତୁମ ବାପାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲି। ଯଦିଓ ତୁମ ଜାତିର ଲୋକମାନେ ମୋତେ କହୁଥିଲେ ଯେ କାହିଁକି ଏହାକୁ ମୁଖ୍ୟମନ୍ତ୍ରୀ କରୁଛ। ପ୍ରକୃତରେ ନୀତିଶ କୁମାର ଅନୁପ ଲାଲ ଯାଦବଙ୍କ କଥା କହୁଥିଲେ।…

Read More