Author: Purva Paksha

ରାଜ୍ୟରେ ନୂଆପଡ଼ା ଉପ ନିର୍ବାଚନ ଯେତିକି ପାଖଉଛି, ବିଜୁ ଜନତା ଦଳ ସେତିକି ଦୁର୍ବଳ ହେବାରେ ଲାଗିଛି। ଖାଲି ସେତିକି ନୁହେଁ ଏହାର ନେତାମାନେ ଯେ ପ୍ରତ୍ୟକ୍ଷ ବା ପରୋକ୍ଷରେ ବିଜେପିର ଏଜେଣ୍ଟ ସାଜିଛନ୍ତି ତାହାକୁ ପ୍ରମାଣିତ କରୁଛି। ଏହି ତାଲିକାରେ ଖାଲି ତୃତୀୟ ଧାଡ଼ିର କି ପ୍ରଥମ ଧାଡ଼ିର ନେତା ନୁହଁନ୍ତି ଖୋଦ୍‍ ସଭାପତି ବି ନାଁ ଲେଖାଇଛନ୍ତି। ଫଳରେ ନୂଆପଡ଼ା ଏବେଠାରୁ ଆଉ ବିଜେଡିର ହୋଇ ରହିନାହିଁ ତାହା ସ୍ପଷ୍ଟ କରୁଛି। କେହି କେହି ଗଣମାଧ୍ୟମ ଏହାକୁ ବିଜେପି ବିଜେଡି ମଧ୍ୟରେ ଡିଲ ବୋଲି କହୁଛନ୍ତି କିନ୍ତୁ ବାସ୍ତବରେ ଏହା ବିଜେଡିର ଆତ୍ମସମର୍ପଣ ଆଡ଼କୁ ଅଗ୍ରସର ହେଉଛି। ବିଜେପି ନିକଟରେ ବିଜେଡିର ଆତ୍ମସମର୍ପଣ ଦିନେ ମେଣ୍ଟ କରି ରାଜ୍ୟ ରାଜନୀତିରେ ବିଜେପି ସହ ପ୍ରବେଶ କରିଥିବା ବିଜୁ ଜନତା ଦଳ ଆଜି ଆତ୍ମସମର୍ପଣ ରାସ୍ତାରେ। ମାତ୍ର ଗୋଟିଏ ନିର୍ବାଚନର ଫଳାଫଳ ବିଜେଡିକୁ ଏମିତି ଦୁର୍ବଳ କରିଦେବ ବୋଲି ଭାବିପାରୁନାହାନ୍ତି।…

Read More