Author: Purva Paksha

ମାତ୍ର ୧୭ ମାସର ବ୍ୟବଧାନ ପରେ ପୁଣିଥରେ ଏକ ନିର୍ବାଚନ ଓଡ଼ିଶାରେ ହେବାକୁ ଯାଉଛି। ଏହା ଗୋଟିଏ ବିଧାନସଭା ପାଇଁ ଉପ ନିର୍ବାଚନ ହୋଇପାରେ, କିନ୍ତୁ ରାଜ୍ୟ ରାଜନୀତିକ ଦୃଶ୍ୟପଟ୍ଟରେ ଏହା ଅନେକ ପରିବର୍ତ୍ତନ ଆଣିବ। ଏ ପରିବର୍ତ୍ତନର ଆଭାସ ଏବେଠାରୁ ମିଳିଲାଣି। ପ୍ରାର୍ଥୀ ଅଦଳବଦଳଠାରୁ ଆରମ୍ଭ କରି ସମୀକରଣ ପରିବର୍ତ୍ତନ ସବୁକିଛି। ସେଥିପାଇଁ ଏ ନିର୍ବାଚନ କେବଳ ନୂଆପଡ଼ାରେ କି ପଶ୍ଚିମାଞ୍ଚଳରେ ସୀମିତ ନାହିଁ ବରଂ ସାରା ଓଡ଼ିଶାକୁ ଆଲୋଚନାର ଖୋରାକି ଯୋଗାଇଛି। ପୁରୁଣା ପ୍ରାର୍ଥୀଙ୍କ ଉପରେ ତିନି ଦଳର ଭରସା ନାହିଁ ଦୀର୍ଘ ଦିନର ଅସୁସ୍ଥତା ପରେ ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସେପ୍ଟେମ୍ବର ୮ ତାରିଖରେ ଦେହାନ୍ତ ହୋଇଛି। ଆଉ ସାମ୍ବିଧାନିକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ନିର୍ବାଚନ କମିଶନ ଏଠାରେ ପୁଣିଥରେ ଭୋଟ୍‍ ଗ୍ରହଣ ଲାଗି ନଭେମ୍ବର ୧୧ ତାରିଖକୁ ସ୍ଥିର କରିଛନ୍ତି। ଏହି ବିଜ୍ଞପ୍ତି ପ୍ରକାଶ ହେବା ପରେ ରାଜଧାନୀରେ ହଠାତ୍‍ ରାଜନୀତିକ…

Read More