Author: Purva Paksha

ଦିନ ଥିଲା ରାଜ୍ୟରେ ବିଜୁ ଜନତା ଦଳର କୌଣସି ବିକଳ୍ପ ନ ଥିଲା। ବିରୋଧୀ ଦଳର ନେତା ବି ବିଜୁ ଦଳକୁ ଡେଇଁ ନିଜ କ୍ୟାରିୟରକୁ ଗତି ଦେବାକୁ ଚାହୁଁଥିଲେ। ହେଲେ ଆଜି ସେ ଦଳ ନିଃସ୍ୱ ପ୍ରାୟ। ନେତା ଅଛନ୍ତି, କର୍ମୀ ଅଛନ୍ତି, ବିଧାୟକ ବି ଅଛନ୍ତି; ଆଉ ଅର୍ଥର ଅଭାବ ନାହିଁ; କିନ୍ତୁ ଦଳ ପାଇଁ ନିର୍ବାଚନ ଲଢ଼ିବାକୁ ଆଉ ପ୍ରାର୍ଥୀ ରାଜି ହେଉ ନାହାନ୍ତି। ଏପରିକି ପାର୍ଟି ଭିତରେ ସମନ୍ୱୟର ଅଭାବ ଆଶାୟୀ ପ୍ରାର୍ଥୀଙ୍କୁ ଦଳ ଡେଇଁ ଅନ୍ୟ ଦଳକୁ ଯିବା ପାଇଁ ବାଧ୍ୟ କରୁଛି। ଏଭଳି ପରିସ୍ଥିତି ଉପୁଜିଛି ବିଜୁ ଜନତା ଦଳରେ। ୨୮ ବର୍ଷର ରାଜନୀତିରେ ନବୀନଙ୍କୁ ମିଳୁଛି ବ୍ୟାକ୍‍ ଫାୟାର୍‍। କାହିଁକି, କେମିତି, କିଏ ଏଥିଲାଗି ଦାୟୀ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ। ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ ହେଉଥିବାବେଳେ ‘ପ୍ରାର୍ଥୀ ପାଉନି ବିଜେଡି’। ବିଜେଡିରୁ ନିଜକୁ…

Read More