Author: Purva Paksha

ବହୁତ ଦିନ ପରେ ଓଡ଼ିଶାର ରାଜଧାନୀ ଦେଖିଛି ଗୋଟିଏ ବଡ଼ ଧରଣର ରାଜନୈତିକ ବିକ୍ଷୋଭ। ବଡ଼ଧରଣର ମାପଦଣ୍ଡ ଯଦି ପୋଲିସ ଉପରକୁ ଚେୟାର, ଟେକା ଫୋପଡ଼ା ଓ ପୋଲିସର ପାଲଟା ଆକ୍ରମଣ ହୁଏ, ତେବେ ଗୁରୁବାର ଲୋୟର ପିଏମଜି ଛକରେ ସେସବୁ କିଛି ଦେଖିବାକୁ ମିଳିଥିଲା। ଏକଦମ୍‍ ହାଇଭୋଲଟାଜ୍ ଡ୍ରାମା। କଂଗ୍ରେସ ନେତାଙ୍କ ଭାଷାରେ ଇଏ ଟ୍ରେଲର ଥିଲା, ଆଗକୁ ଦେଖ କ’ଣ ହେଉଛି। ଆଗକୁ ପୁରା ଫିଲ୍ମ ଦେଖାଇବୁ। ରାଜନୀତିରେ ଗୋଟିଏ ବଡ଼ ରାଲିର କିଛି ମହତ୍ତ୍ୱ ନ ଥାଏ କିନ୍ତୁ ବେଳେବେଳେ ଏହା ଭବିଷ୍ୟତର ହାୱାର ଦିଗ କହିଦିଏ। ତେଣୁ କେହି କେହି କଂଗ୍ରେସର ଏହି ପ୍ରଦର୍ଶନକୁ ୨୦୨୯ରେ ଦଳର ପ୍ରଦର୍ଶନ ସହ ଯୋଡ଼ିବାରେ ଲାଗିଲେଣି। କିଛି ଲୋକଙ୍କ ଭାଷାରେ ଆଗକୁ ଲଢ଼େଇ କଂଗ୍ରେସ ଓ ବିଜେପି ମଧ୍ୟରେ ହେବ। ୨୦୨୯ ଆସୁ ଆସୁ ବିଜେଡି ଅପ୍ରାସଙ୍ଗିକ ହୋଇଯିବ। ରାଜନୀତିରେ ଭବିଷ୍ୟତବାଣୀ ସହଜ ନୁହେଁ। ଆଗକୁ କ’ଣ ହେବ…

Read More