Author: Purva Paksha

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଜୋର ଧରିଛି। ପୁଟିନଙ୍କ ବିଷୟରେ ଦାବି କରାଯାଇଛି ଯେ ସେ ଅନେକ ପ୍ରକାରର ରୋଗରେ ପୀଡ଼ିତ। କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତାଙ୍କ ବିଷୟରେ ଏକ ଗୁଜବ ସୃଷ୍ଟିକରି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ ଦାବି କରିଛନ୍ତି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ‘ଶୀଘ୍ର ମରିଯିବେ। ଜେଲେନସ୍କିଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ଚାଲିଛି। ତାଙ୍କର ଏହି ବୟାନକୁ ବେଶ ସାହସୀ ମନେ କରାଯାଉଛି। ଯଦିଓ କ୍ରେମଲିନ ଏଭଳି ଗୁଜବରେ କୌଣସି ସତ୍ୟତା ନ ଥିବା କହିଛି । ୭୧ ବର୍ଷୀୟ ପୁଟିନ ସବୁବେଳେ ରୁଷିଆର ଲୋକମାନଙ୍କୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ଯେ ସେ କେତେ ଶକ୍ତିଶାଳୀ ଓ ଦୃଢ଼। ଅନେକ ଦେଶରେ ନିଜର ଶୀର୍ଷ ନେତାମାନଙ୍କର ଖରାପ ସ୍ୱାସ୍ଥ୍ୟକୁ ଲୁଚାଇବାର ପରମ୍ପରା…

Read More